ଖୋର୍ଦ୍ଧାରୁ ନିଜାମୁଦ୍ଦିନ ଯାଇଥିଲେ ୧୩

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଦିଲ୍ଲୀ ନିଜାମୁଦ୍ଦିନ ଘଟଣା ସମଗ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଓଡ଼ିଶାର ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ୧୦ଜଣ ଦିଲ୍ଲୀରେ ଥିବାବଳେ ୩ ଜଣ ଖୋର୍ଦ୍ଧା ଫେରି ଆସିଥିବା ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ଥିବାବେଳେ ଜଣେ ବିହାର କିଶାନଗଞ୍ଜ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଜଟଣୀର ଓ ୩ଜଣ ଟାଙ୍ଗୀର ବୋଲି ଜଣାପଡ଼ିଛି। ଓଡ଼ିଶା ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମ୍ପୃକ୍ତ ୩ ଜଣଙ୍କ ସ୍ୱାବ ନମୁନା ଏମ୍ସକୁ ପଠାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଉତ କହିଛନ୍ତି।