ପୌର ନିର୍ବାଚନ: ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ମନା

ଭୁବନେଶ୍ବର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପାଇଁ ମତଦାନର ୪୮ ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାର ନିର୍ବାଚନୀ ପ୍ରଚାରରେ କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ ଆୟୋଗ। ଏନେଇ ଆଜି ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଡାକବାଜି ଯନ୍ତ୍ର, ଡିଜିଟାଲ ପ୍ରଚାର ଓ ସାଧାରଣ ସଭା ଉପରେ କଟକଣା ଲଗାଇଛନ୍ତି।

ମତାଦାନ ୨୪ ତାରିଖରେ ହେବାକୁ ଥିବା ବେଳେ ୨୨ ତାରିଖ ସଂଧ୍ୟା ୫ଟା ପରେ ସମସ୍ତ ପ୍ରକାରର ସାଧାରଣ ସଭା ଏବଂ ପ୍ରଚାର ଅଭିଯାନ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।