ରାଜ୍ୟସଭା ନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ୪ ପ୍ରାର୍ଥୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଅପରାହ୍ଣ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ କୌଣସି ପ୍ରାର୍ଥୀ ଏଥିରୁ ଓହରି ନାହାନ୍ତି। ତେବେ ବିଜେଡିର ୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଉକ୍ତ ୪ ପ୍ରାର୍ଥୀ ହେଲେ ସୁବାସ ସିଂ, ସୁଜିତ କୁମାର, ମୁନା ଖାଁ ଏବଂ ମମତା ମହାନ୍ତ। ତେବେ ନିୟମ ଅନୁସାରେ କୌଣସି ବିପକ୍ଷ ପ୍ରାର୍ଥୀ ନଥିବାରୁ ବିଦ୍ଧିବଦ୍ଧ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଆସନ୍ତା ୨୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଆଉ ହେବନାହିଁ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ରିଟର୍ଣ୍ଣି ଅଫିସରଙ୍କ ପକ୍ଷରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ସେହିପରି ଗତକାଲି ସେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସାର୍ଟିଫିକେଟ ଦାଖଲ କରିବେ ବୋଲି ଜଣାପଡ଼ିଛି। ରାଜ୍ୟସଭାରେ ସେମାନଙ୍କୁ ଶପଥ ପାଠ କରାଯିବା ପରେ ସେମାନେ ବିଦ୍ଧିବଦ୍ଧ ଭାବେ ରାଜ୍ୟସଭା ସାଂସଦ ହେବେ।