ବିବାଦୀୟ କରୋନା ଗୀତକୁ ନେଇ ହ୍ୟୁମାନ୍ ସାଗର୍ ଦେଲେ ଏମିତି ବୟାନ…

କିଛିଦିନ ତଳେ କରୋନା ଭାଇରସକୁ ନେଇ ‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ରିଲିଜ ହୋଇଥିଲା। ଓଲିଉଡ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏହି ଗୀତକୁ ଗାଇଥିଲା ବେଳେ ଏହାକୁନେଇ ଅନେକ ବିବାଦ ଦେଖିାବାକୁ ମିଳିଛି। ଏହି ଗୀତରେ ତାଙ୍କୁ ଅନେକ ସମାଲୋଚନ ହେବାକୁ ପଡ଼ିଥିଲା। ଏ ନେଇ ସେ ସୋସିଆଲ ମିଡ଼ିଆରେ ଏକ ବୟାନ ଦେଇଛନ୍ତି। ଆସନ୍ତୁ ଶୁଣିବା ସେ କ’ଣ କହୁଛନ୍ତି?

ସେ କହିଛନ୍ତି ଯେ ତାଙ୍କ ଗୀତକୁ ନେଇ କେତେ ଲୋକ ବଡ଼ ବିବାଦ ସୃଷ୍ଟି କରୁଛନ୍ତି। ଏଥିସହ ସେ କହିଛନ୍ତି ଯେ ସାରା ଓଡ଼ିଶା ବାସୀ ମୋ ପାଇଁ ଭଗବାନ, ଏବଂ ଆଜି ମୁଁ ଯାହାବି କିଛି ସବୁ ଆପଣମାନଙ୍କ ପାଇଁ ବୋଲି କହିଥିଲେ।

ସେ କହିଛନ୍ତି ଯେ ମୋର ଏତେ ସାହସ ନାହିଁ ଯେ ମୁଁ କେଉଁ ଝିଅ, ସ୍ତ୍ରୀ ଓ କାହାକୁ ବି କମେଣ୍ଟ କରିବି ବା ପରିହାସ କରିବି, ଏବଂ ସେ ଏହି ଗୀତ ରିଲିଜ ହେବା ପୂର୍ବରୁ କରୋନା ଭାଇରସର ସଂକ୍ରମଣ ବିଷୟରେ ଜାଣି ନଥିଲେ ବୋଲି କହିଛନ୍ତି। ତେବେ ଏହି ଗୀତଟିକୁ ନେଇ ଯେବେ ବିବାଦ ଆରମ୍ଭ ହେଲା ମୁଁ ଏ ସମ୍ପର୍କରେ ଗୀତର ସଂଯୋଜକଙ୍କୁ ଜଣାଇଥିଲି ଏବଂ ଗୀତକୁ ସୋସିଆଲ ମିଡ଼ିଆ ଏବଂ ୟୁଟବରୁ କାଟିବାକୁ କହିଥିଲି। ତେବେ ଏହି ଗୀତରେ ୩ ମିଲିୟନ ଭ୍ୟୁ ହୋଇଥିଲେ ହେଁ ଗୀତଟିକୁ ସଙ୍ଗେ ସଙ୍ଗେ ଡିଲିଟ କରାଯାଇଥିବା ହ୍ୟୁମାନ ସାଗର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ଅନେକ ଗୀତ କରିଛନ୍ତି କିନ୍ତୁ କୌଣସି ଗୀତରେ ସେ ବିବାଦକୁ ଆସିନଥିଲେ। ଏଥି ସହ ସେ ଶେଷରେ କହିଛନ୍ତି ଯେ ମୁଁ କାହାରିକୁ ପରିହାସ କରିନାହିଁ ଏବଂ ଏହି ମହାମାରୀ ସମୟରେ ଏହି ଗୀତକୁ ନେଇ ବିବାଦ ସୃଷ୍ଟି କରିବା କେତେ ଦୂର ଯଥାର୍ଥ ସେ ସାଧାରଣ ଜନତାଙ୍କୁ ପ୍ରଶ୍ନ କରିଛନ୍ତି। ପରିଶେଷରେ ଯଦି ଏହି ସଂଗୀତ ସଂଯୋଜନାଟି ଅପାଣଙ୍କୁ କଷ୍ଟ ଦେଇଥାଏ ସେ ନେଇ ମୁଁ ଆପଣଙ୍କୁ କ୍ଷମା ମାଗୁଛି କହି ଭିଡିଓଟିକୁ ଶେଷ କରିଛନ୍ତି।