ରାଜଙ୍କୁ ମିଳିଲାନି ବେଲ୍

ମୁମ୍ବାଇ: ଅଶ୍ଳୀଳ ଫିଲ୍ମର ବ୍ୟବସାୟ କରୁଥିବା ରାଜ କୁନ୍ଦ୍ରାଙ୍କ ଜାମିନ ଖାରଜ ହୋଇଯାଇଛି। ଏଥିସହିତ ରାଜଙ୍କୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ପୋର୍ଣ୍ଣ ଫିଲ୍ମ ର୍ୟାକେଟର ମୁଖ୍ୟ ଭାବେ ରାଜଙ୍କ ନାମରେ ଆରୋପ ଲଗାଯାଇଛି। ରାଜଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୯୦ଟି ଭିଡିଓର ଏବେ ଯାଞ୍ଚ ଜାରି ରହିଛି। ରାଜଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା ଅନ୍ତର୍ଗତ ଧାରା ୪୨୦, ୩୪, ୨୯୨ ଓ ୨୯୩ ବ୍ୟତୀତ ଆଇଟି ଅଧିନିୟମ ଓ ମହିଳା ଅଧିନିୟମରେ ମାମଲା ଦାୟର କରାଯାଇଛି।