ରାଜ୍ କୁନ୍ଦ୍ରାଙ୍କ ଘରେ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍

ମୁମ୍ବାଇ: ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ସମସ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି। ଅନ୍ୟପଟେ ପ୍ରତିଦିନ ମାମଲାର ନୂଆ ତଥ୍ୟ ଉପରୁ ପରଦା ଉଠୁଛି। ଉକ୍ତ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ରାଜଙ୍କ ଜୁହୁସ୍ଥିତ ବଙ୍ଗଳା ‘କିନାରା’ରେ ପହଂଚିଛି। କ୍ରାଇମ ବ୍ରାଞ୍ଚ ଟିମ୍ ‘ନ୍ୟୁଫ୍ଲିକ୍ସ’ ନାମକ ରାଜଙ୍କ ନୂଆ ଆପ୍ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯ଟି ଅଶ୍ଳୀଳ ଭିଡିଓ ସମ୍ବନ୍ଧିତ ଚୁକ୍ତିନାମା, ସିଡିଆର ଓ ସର୍ଭର ସନ୍ଧାନ କରୁଥିବା ସୂଚନା ମିଳିଛି।

ସେହିପରି ରାଜ୍ କୁନ୍ଦ୍ରାଙ୍କର ଆନ୍ତର୍ଜାତୀୟ ଲିଙ୍କ ଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। ୧୨୧ଟି ଭିଡିଓକୁ ୧୨ଲକ୍ଷ ଆମେରିକୀୟ ଡଲାରରେ ବିକ୍ରି ନେଇ ହୋଇଥିବା ହ୍ୱାଟ୍ସଆପ ଚାଟ କ୍ରାଇମବ୍ରାଞ୍ଚ ହସ୍ତଗତ କରିଛି।