ରେଳ ମନ୍ତ୍ରୀଙ୍କ ଭୁବନେଶ୍ୱରରୁ ରାୟଗଡ଼ା ରେଳ ଯାତ୍ରା

  • ଭୁବନେଶ୍ୱର: ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଭୁବନେଶ୍ୱରରୁ ରାୟଗଡା ରେଳରେ ଯାତ୍ରା କରିଛନ୍ତି । ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରିଛନ୍ତି। ଏହା ସହ ସେ ରେଳଯାତ୍ରୀଙ୍କଠାରୁ ରେଳ ଯାତ୍ରାରେ ହେଉଥିବା ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି।
    ମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳରେ ଯାତ୍ରା କରିବା ପରେ କୋରାପୁଟ ରାୟଗଡାରେ ରେଳ ଭିତ୍ତିଭୂମିର ବିକାଶ ବିଷୟରେ ବେଶ ଆଶାବାଦୀ ଅଛନ୍ତି ସ୍ଥାନୀୟ ବାସିନ୍ଦା। ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିବା ପୂର୍ବରୁ ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହ ଷ୍ଟେସନର ପରିମଳ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି। ଏହାପରେ ସାଧାରଣ ଯାତ୍ରୀଙ୍କ ସହ ହୀରାଖଣ୍ଡ ଏକ୍ସପ୍ରେସରେ ସେ ଭୁବନେଶ୍ୱରରୁ ରାୟଗଡା ଯାତ୍ରା କରିଛନ୍ତି।