ଓମଫେଡ୍ ଅତ୍ୟାବଶ୍ୟକ ସେବା ପରିସରଭୁକ୍ତ

  • ଭୁବନେଶ୍ୱର: ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ। ଏବେ କୌଣସି ଓମଫେଡ କର୍ମଚାରୀ ଆନ୍ଦୋଳନ କରିପାରିବେନି। ଓମଫେଡର ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ ଆନ୍ଦୋଳନ କରିପାରିବେନି। ଦୁଗ୍ଧ ସଂଗ୍ରହଠୁ ବିକ୍ରି ଯାଏଁ ଚେନରେ ସମ୍ପୃକ୍ତ କେହି ବି ଆନ୍ଦୋଳନ କରିପାରିବେନି। ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ଅନୁଯାୟୀ ଆନ୍ଦୋଳନ ମନା।ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ୬ ମାସ ଯାଏଁ ବଳବତ୍ତର ରହିବ।