ଏଥର ରାଧା ପାଦ ଦର୍ଶନ ମନା

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ପାଇଁ ଏଥର ଅଁଳା ନବମୀରେ ରାଧା ପାଦ ଦର୍ଶନ ମନା । ଅଁଳା ନବନୀ ଅବସରରେ ପ୍ରତିବର୍ଷ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିାଏ। ରାଧାରାଣୀଙ୍କ ପାଦକୁ ଦର୍ଶନ କରିବା ସହ ଶ୍ରୀକୃଷ୍ଣଙ୍କ ନଟବର ବେଶକୁ ଦେଖିବାକୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥାଏ।କରୋନା କଟକଣା ପାଇଁ ଭକ୍ତଙ୍କୁ ରାଧାପାଦ ଦର୍ଶନ ମନା ହୋଇଛି। ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତି ନିଆଯାଇଛି।