ଆର୍ ଭିନିଲ କ୍ରିଷ୍ଣା ଓଏସଡି ଭାବେ ନିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଏସ ଆର ଭିନିଲ କ୍ରିଷ୍ଣାଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ଓଏସଡି ଭାବେ ନିଯୁକ୍ତ କରାଯାଇଛି। ସେ କୋଭିଡ ପରିଚାଳନା ଓଏସଡି ଭାବେ କାର୍ଯ୍ୟ କରିବେ। ଏହା ସହିତ ଆଉ ୨ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି। ଲାଲା ମନୋଜ କୁମାର ରାୟ ସିଏମଓ ଯୁଗ୍ମ ସଚିବ ହୋଇଥିବାବେଳେ କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓ ଡେପୁଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି।