ଯେମିତି ହେଲେ ରଥଯାତ୍ରା ହେଉ : ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି

ପୁରୀ, ଏନ୍ଏନ୍ଏସ୍: ରଥଯାତ୍ରା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଛନ୍ତି। ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯେମିତି ହେଉ ରଥଯାତ୍ରା କରାଇବାକୁ ପଦକ୍ଷେପ ନିଆଯାଉ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଯିବାକୁ ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଗଜପତି ଚିଠି ଲେଖିଛନ୍ତି। ପୁରାଣ ଓ ଇତିହାସର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଉକ୍ତଙ୍କୁ ଦେଖାଦେବାପାଇଁ ମହାପ୍ରଭୁ ବର୍ଷରେ ଥରେ ବାହାରକୁ ଆସନ୍ତି। ପରୁୀ ଜଗନ୍ନାଥଙ୍କ ମୂଳପୀଠ ହୋଇଥିବାରୁ ସେଠାରେ ରଥଯାତ୍ରା ବନ୍ଦ କରିବା ଉଚିତ୍ ନୁହେଁ ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି ରେକଡସ୍ ଅଫ୍ ରାଇଟ୍ସ ଅନୁଯାୟୀ ରଥଯାତ୍ରା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।