ପୁରୀ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଶ୍ରୀ ଷଡ଼ଙ୍ଗୀ ନିଜେ ସୂଚନା ଦେଇ କହିଛନ୍ତି ଯେ ଆଜି ମୋର କୋଭିଡ ପଜିଟିଭ ଆସିଛି। ମୁଁ ବର୍ତ୍ତମାନ ସଙ୍ଗରୋଧରେ ଥିବାବେଳେ ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇନେବାକୁ ନିବେଦନ କରୁଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏଯାବତ୍ ୮ ମନ୍ତ୍ରୀ, ୨୩ ବିଧାୟକ ଏବଂ ୩ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।