Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରି କରୋନା କବଳରୁ ଦେଶକୁ ସୁରକ୍ଷିତ ରଖିବା: ସମୀର ମହାନ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରି କରୋନା କବଳରୁ ଦେଶକୁ ସୁରକ୍ଷିତ ରଖିବା: ସମୀର ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି। କରୋନାକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏହି ମହାମାରୀର ମୁକାବିଲା କରିବା ଲାଗି କେନ୍ଦ୍ରସରକାର ଏବଂ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହ ଆମେ ଏହି ମହାମାରୀକୁ ନିରାକରଣ କରିବାକୁ ହେଲେ ଆମକୁ ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରାଯିବ। ଏହି ଦିନ ପ୍ରତି ନାଗରିକ ନିଜ ଘର ଭିତରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଆସନ୍ତା ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଳନ କରି କରୋନା କବଳରୁ ଦେଶକୁ ଏବଂ ରାଜ୍ୟକୁ ସୁରକ୍ଷିତ ରଖିବା ବୋଲି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ମହାମାରୀର ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ ଅଛନ୍ତି। ରବିବାର ଦିନ ଆମେ ସମସ୍ତେ ଘରେ ରହି ଏଭଳି ଜରୁରୀ ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ସଂଧ୍ୟା ୫ଟାରେ ନିଜ ନିଜ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଂଟି ବଜାଇ ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା। ସେହିପରି ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅତିକମରେ ୧୦ ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ “ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ” ମନ୍ତ୍ର ପାଳନ କରିବା। ଆମକୁ ସର୍ତକ ଏବଂ ସଚେତନ ହୋଇ କରୋନା ବିରୁଦ୍ଧରେ ଲଢେଇ କରିବା। ଏହା ସହ ସାମାଜିକ ଦୂରତା’ ବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା। ଅତି ଜରୁରି ହେଲେ ଘରୁ ବାହାରିବା ନଚେତ୍ ଘରେ ଥାଇ କାମ କରିବା, ଅଯଥା ଯାତ୍ରା ନକରିବା, ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକମାନେ ଆଗାମୀ କିଛି ସପ୍ତାହ ଘରୁ ନବାହାରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକ ନଥିଲେ ମେଡିକାଲ ଠାରୁ ଦୂରରେ ରହିବା, ଅତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ନକରିବା, ଜରୁରୀ ସମାଗ୍ରୀ ମହଜୁଦ ନରଖିବା ଏବଂ ଗୁଜବ ଓ ଭୂଲ ସୂଚନାକୁ ବିଶ୍ୱାସ ନକରି କରୋନାର ମୁକାବିଲା କରିବା ପାଇଁ ସର୍ତକତା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଖାଦ୍ୟ, କ୍ଷୀର, ଔଷଧ ଆଦି ନିତ୍ୟାବଶ୍ୟକ ଜରୁରି ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଣୁ ଆମେ ଆତଙ୍କିତ ନହୋଇ କୋଭିଡ-୧୯ ମୁକାବିଲା ଲାଗି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ଏଭଳି ସଂକଟ ସମୟରେ କାର୍ଯ୍ୟରତ ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା କାଟ୍ ନକରିବାକୁ ସମସ୍ତ ବ୍ୟବସାୟୀ ଓ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ। ଏହି ଟାସ୍କଫୋର୍ସ ମଧ୍ୟ ନିଆଯାଇଥିବା ନିଷ୍ପତିର କାର୍ଯ୍ୟାନ୍ୱୟନ ତଦାରଖ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାନ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଲିଫଲେଟ ଓ ବ୍ୟାନର ମାଧ୍ୟମରେ କରୋନା ସଂପର୍କିତ ସଚେତନତା ବାର୍ତା ସାମାଜିକ ଗଣମାଧ୍ୟମ ଦ୍ୱାରା ପହଂଚାଇବାକୁ ଭାରତୀୟ ଜନତା ପାର୍ଟୀ ରାଜ୍ୟ ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି।

ଭୟାଭୟ ଓ ମାରାତ୍ମକ କରୋନା ରୋଗକୁ ପ୍ରତିହିତ କରିବା ଦିଗରେ ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ ଆଦି ଧାର୍ମକ ଅନୁଷ୍ଠାନ; ବସ୍ ସଂଘ, ଅଟୋ ସଂଘ, ବ୍ୟବସାୟୀ ସଂଘ ଓ ବିଭିନ୍ନ ଗଣ ସଂଗଠନ ସମେତ ସମଗ୍ର ରାଜ୍ୟବାସୀଙ୍କୁ ଏହି ‘ଜନତା କର୍ଫ୍ୟୁ’ ରେ ସାମିଲ ହୋଇ ନିଜ ନାଗରିକ ଦାୟୀତ୍ୱ ପାଳନ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।
ଏହି ଅବସରରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।