ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମେ’ ମାସରେ ଓଡ଼ିଶା ଆସିବେ । ଏହି ଅବସରରେ ମେ’ ୯ରେ ହେବାକୁ ଥିବା ବାରିପଦା ଏମଏସସିବି ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ । ଏନେଇ ୟୁନିଭର୍ସିଟିର ଭିସିଙ୍କୁ ଚିଠି ଲେଖି ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଜଣାଇଛନ୍ତି ।