Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଆଦିପୁରୁଷ, ରାଜଧାନୀରେ ସେଲିବ୍ରେସନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଆଦିପୁରୁଷ, ରାଜଧାନୀରେ ସେଲିବ୍ରେସନ

ଭୁବନେଶ୍ବର: ଫିଲ୍ମି ଫ୍ରାଇଡେରେ ରିଲିଜ ହେଉଛି ବଲିଉଡ଼ ଫିଲ୍ମ ଆଦିପୁରୁଷ । ରାଜଧାନୀର ସ୍ତୁତି ହଲରେ ଫିଲ୍ମ ରିଲିଜ ହୋଇଥିବା ବେଳେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏଥିସହ ପ୍ରଥମ ଦିନରେ ପ୍ରଥମ ଶୋ’ ଦେଖିବାକୁ ସିନେ ପ୍ରେମୀମାନଙ୍କ ଭିଡ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ନାରାରେ କମ୍ପୁଛି ପୁରା ହଲ ।

ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମକୁ ଦେଖିବା ପୂର୍ବରୁ ହଲରେ ପ୍ରଥମେ କେକ କାଟି ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେଇ ସେଲିବ୍ରେସନ କରିଥିଲେ । ଟ୍ରେଲରକୁ ଭଳି ସିନେମାକୁ ମଧ୍ୟ ଲୋକପ୍ରିୟତା ହାସଲ କରିବା ସହ ଅଧିକ ରୋଜଗାର କରିବ ବୋଲି କହିଛନ୍ତି ଫ୍ୟାନ୍ସ । ଏହି ସେଲିବ୍ରେସନରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ପ୍ରଭାସଙ୍କ ଭେଟିଥିବା ସୋମ୍ୟା ଶ୍ରେୟନସି । ସୌମ୍ୟା କହିଛନ୍ତି, ରାମାୟଣକୁ ନେଇ ଆଧାରିତ ଫିଲ୍ମ । ଯାହାକୁ ଲୋକେ ବେଶ ପସନ୍ଦ କରନ୍ତି ଏବଂ ଏହା ସୁପରଷ୍ଟାର ପ୍ରଭାସଙ୍କର ସିନେମା ହୋଇଥିବାରୁ ଏହା ନିଶ୍ଚୟ ଭଲ ହେବ । ଏଥିସହ ସେ ଆହୁରି କହିଛନ୍ତି, ପ୍ରଭାସ କୃଷ୍ଣ ହେଲେ ମୁଁ ତାଙ୍କ ରାଧା । ତାଙ୍କର ବହୁତ ବଡ ପ୍ରଶଂସକ ଅଟନ୍ତି । ଏଣୁ ସେ ତାଙ୍କର କୌଣସି ବି ସିନେମା ମିସ୍‌ କରିବେନି ।

ଆଡ଼ଭାନ୍ସ ଟିକେଟ ବୁକିଂରେ ପ୍ରାୟ ୩ ଲକ୍ଷ ସିଟ ରିଜର୍ଭ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସମସ୍ତ ହଲ୍ ଗୁଡ଼ିକରେ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ରିଜର୍ଭ ରଖାଯାଇଛି । ସେଥିରେ ପ୍ରଭୁ ହନୁମାନଙ୍କ ଫଟୋ ରଖାଯାଇଛି । ତେବେ ସ୍ତୁତି ହଲରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ପ୍ରଭାସ ଫ୍ୟାନ ମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତେ ଗେରୁଆ ରଙ୍ଗର ଗାମୁଛା ପକାଇ ଜୟ ଶ୍ରୀରାମ ନାରାରେ କମ୍ପିଛି ପୁରା ପରିବେଶ ।

ଅନ୍ୟପଟେ ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ନଜର ଆସିଥିବା ବେଳେ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି କ୍ରିତି ସାନନ । ସେହିଭଳି ହନୁମାନ ଭୂମିକାରେ ଦେବଦତ୍ତ ନାଗରେ ଏବଂ ରାବଣ ତଥା ଲଙ୍କେଶ୍ ଚରିତ୍ରରେ ସେଫ ଅଲ୍ଲୀ ଖାନ ନଜର ଆସିଛନ୍ତି ବହୁ ପ୍ରତୀକ୍ଷିତ ତଥା ପୂର୍ବରୁ ବିବାଦୀୟ ହୋଇଥିବା ଏହି ଫିଲ୍ମ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଛି । କେବଳ ପ୍ରଥମ ଦିନର ପ୍ରଥମ ସୋ ପାଇଁ ବର୍ତ୍ତମାନ ଦର୍ଶକଙ୍କର କ୍ରେଜ ଦେଖିବାକୁ ମିଳିଛି । ବହୁଭାଷୀ ତଥା ଯେମିତି କି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟଲମରେ ରିଲିଜ ହୋଇଛି ।