ପିପିଏଲକୁ ମିଳିଲା କଳିଙ୍ଗ ସେଫଟି ଆୱାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଦ୍ୟୋଗକ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରି ପାରାଦୀପ ଫସଫେଟ୍ସ ଲିମିଟେଡ୍ କଳିଙ୍ଗ ସେଫଟି ଆୱାର୍ଡ ଗ୍ରହଣ କରିଛି। କେମିକାଲ୍ ଓ ଫଟିଲାଇଜର୍ କମ୍ପାନୀଗୁଡ଼ିକ ମଧ୍ୟରେ ପାରାଦୀପ ଫସଫେଟ୍ସ ଲିମିଟେଡ୍ ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ସମ୍ମାନର ଅଧିକାରୀ ହୋଇଛି। କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରଞ୍ଜିତ ସିଂହ ଓ ସାଧାରଣ ପ୍ରବନ୍ଧକ ନିହାରକାନ୍ତୀ ରାଉତ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟର ମ୍ୟାନେଜିଂ ଡାଇରେକ୍ଟରଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ଷ୍ଟେଟ୍ ସେଫଟି କନ୍ଫରେନ୍ସରେ ପାରାଦୀପ ଫସଫେଟ୍ସ ଲିମିଟେଡ୍କୁ ଏହି ପୁରସ୍କାର ମିଳିଛି। ଏହି ଅବସରରେ କମ୍ପାନୀର ଲେବର୍ କମିଶନର ନିରଞ୍ଜନ ସାହୁ ଓ କନକ୍ଲେଭର ଦେବବ୍ରତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।