https://youtu.be/UIAGAe2J1Lg
ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋଟା ଅଙ୍କର ଜୋରିମାନାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ଉଗ୍ରରୂପ ଧାରଣ କରିଛି। ଏ ନେଇ ଶନିବାର ପୁଲିସ ରାଜମହଲ ଛକରେ ଫାଇନ ଆଦାୟ କରୁଥିବାବେଳେ ସରକାରୀ ଗାଡ଼ିକୁ ଯାଞ୍ଚ କରିବାକୁ ଦାବି କରି ଲୋକେ ହୋହଲ୍ଲା କରିଥିଲେ। ଏପରିକି ପୁଲିସ, ବିଏମସି ଓ ମୋ’ବସ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତଧିକ ଲୋକ ରୁଣ୍ଡ ହୋଇ ପାଟିତୁଣ୍ଡ କରିବା ସହ ରାସ୍ତା ଅବରୋଧ କରିଥିଲେ।
ଘଟଣାସ୍ଥଳରେ ଡିସିପି ଅନୁପ ସାହୁଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଅଣାୟାତ ହେବାରୁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା।

