ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲେ ଆମିକସ କ୍ୟୁରୀ

ପୁରୀ,ଏନ୍ଏନ୍ଏସ୍: କୋର୍ଟର ନିର୍ଦ୍ଦେଶ ଅନୁସାରେ ଆମିକସ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀରେ ମଠ ଉଚ୍ଛେଦ ଘଟଣାର ପରଦର୍ଶନରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀରେ ଶନିବାର ଆୟୋଜିତ ଏକ ବୈଠକରେ ଆମିକସ କ୍ୟୁରୀ ନିଜର ପ୍ରତିକ୍ରିୟା କହିଛନ୍ତି ଯେ, ‘କୋର୍ଟର ନିର୍ଦ୍ଦେଶ ଅନୁସାରେ ଅନୁଧ୍ୟାନ ପାଇଁଆସିଥିଲୁ, ସରକାରଙ୍କ ନିଷ୍ପତ୍ତି ଠିକ୍, ଏହାକୁ ରୋକାଯିବା ଅନୁଚିତ, ଏଠାରେ ସରକାର ଉତ୍ତମ ପରିଚାଳନା କରିଛନ୍ତି, କାହାରିକୁ ଜୋରଜବରଦସ୍ତ ଉଚ୍ଛେଦ କରାଯାଉନାହିଁ’ ଏବଂ ଏହି ଉଚ୍ଛେଦ ବାବଦରେ ସରକାର ପୂର୍ବରୁ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରିସାରିଛନ୍ତି।

 

ତେବେ ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ  ବେଶ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଜନସମାଗମ ହେବବୋଲି ଆକଳନ କରାଯାଉଛି। ତେଣୁ ଏହି ଉଚ୍ଛେଦ ନିହାତି ଆବଶ୍ୟକ ଥିଲା ବୋଲି ଆମିକସ କ୍ୟୁରୀ କହିଛନ୍ତି। ଏ ନେଇ ମ୍ୟାନେଜିଂ କମିଟି ସହ ଆଲୋଚନା କରିଛନ୍ତି ଆମିକସ କ୍ୟୁରୀ। ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିବା ପାଇଁ ଆମିକସ କ୍ୟୁରୀ ନିବେଦନ କରିଛନ୍ତି।