Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଦଳିବ ଯୁକ୍ତତିନି ପରୀକ୍ଷା ଢ଼ାଞ୍ଚା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଦଳିବ ଯୁକ୍ତତିନି ପରୀକ୍ଷା ଢ଼ାଞ୍ଚା

ଏଣିକି ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍ ରହିବ ୧,୨,୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ

ଭୁବନେଶ୍ୱର,୧୦ା୯/ଏନ୍ଏନ୍ଏସ୍: ନୂଆ ସିଲାବସ୍, ଆଉ ନୂତନ ପରୀକ୍ଷା ପଦ୍ଧତି। ଏଣିକି ଯୁକ୍ତତିନି ଛାତ୍ରଛାତ୍ରୀମାନେ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍ ସାମ୍ନା କରିବେ। ପ୍ରତିଯୋଗୀତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ସିଲାବସ୍ ପ୍ରସ୍ତୁତ ହୋଇଛି। ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗୀତାମୂଳକ ଢ଼ାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି।

ସେହିପରି ଯୁକ୍ତତିନି ପରୀକ୍ଷା ଢ଼ାଞ୍ଚାରେ ପରିବର୍ତ୍ତନ ଲାଗି ନିଷ୍ପତ୍ତି ହୋଇଛି। ପ୍ରଶ୍ନପତ୍ରରେ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍। ଏହି ବ୍ୟବସ୍ଥା ଚଳିତବର୍ଷ ଠାରୁ ଲାଗୁ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଣିକି ୧,୨,୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ।

୨୦୧୯-୨୦ ଶିକ୍ଷାବର୍ଷ ଯୁକ୍ତତିନି ପ୍ରଥମ ବର୍ଷ ଆଡମିଶନ ହୋଇଥିବା ଛାତଛାତ୍ରୀଙ୍କ ଠାରୁ ଏହି ସଂସ୍କାରମୂଳକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ହିଁ ନୂଆ ଢ଼ାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରାଇବା ହେଉଛି ଏହି ପରିବର୍ତ୍ତନ ପଦ୍ଧତିର ମୁଖ୍ୟ ଲକ୍ଷ୍ୟ।

ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ଓଡ଼ିଆ ଛାତ୍ରଛାତ୍ରୀ ବହୁ ପଛରେ ରହୁଛନ୍ତି। ଏହି ସ୍ଥିତିରେ ସୁଧାର ଆଣିବା ଲାଗି ଚଳିତବର୍ଷ ଠାରୁ ଲଜିକାଲ୍ ରିଜନିଂ ଓ କ୍ୱାଣ୍ଟିଟେଟିଭ ଆପ୍ଟିଚ୍ୟୁଡ ଏବଂ ଇଂରାଜୀ ବିଷୟ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଉଭୟେ ବିଷୟ ୧୦୦ମାର୍କ ଲେଖାଏଁ ରହିବ। ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷା ଲାଗି କଲେଜ ସ୍ତରରୁ ହିଁ ଶିକ୍ଷା ପାଇପାରିବ। ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ସିଲାବସ୍ ଓ ପରୀକ୍ଷା ସଂସ୍କାରକୁ ନେଥ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଯୁକ୍ତତିନି ୨ୟ ଏବଂ ୩ୟ ବର୍ଷର ଛାତ୍ରଛାତ୍ରୀ ପୁରୁଣା ଢ଼ାଞ୍ଚାରେ ପରୀକ୍ଷା ଦେବେ।

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ପ୍ରତି ଷ୍ଟ୍ରିମ୍ର ପିଲାମାନେ ଯେପରି ନିଜ ପସନ୍ଦର ସବୁ ଷ୍ଟ୍ରିମ୍ର ପାଠ୍ୟକ୍ରମ ସମ୍ପର୍କରେ ଅବଗତ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ସୁବିଧା ରାଜ୍ୟରେ ସରକାରୀ କଲେଜ ଗୁଡିକରେ ଲାଗୁ ହୋଇଥିବା ବେଳେ ଡିଗ୍ରୀ କଲେଜରେ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ କଲେଜଗୁଡିକରେ ପାଠ୍ୟ ଖସଡାରେ ପରିବର୍ତ୍ତନ ହେବା ପରେ ଏଣିକି ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯିବ।

ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଲାଗି ଚଳିତବର୍ଷ ଠାରୁ ରାଜ୍ୟର ସମସ୍ତ ଅଟୋନମସ୍ କଲେଜ ଗୁଡିକରେ ମଧ୍ୟ ସିବିସିଏସ୍ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ନିଜ ପାଠ୍ୟକ୍ରମ ସହ ଅନ୍ୟ ବିଷୟର ପାଠ୍ୟକ୍ରମ ପଢ଼ିବାର ସୁବିଧା ପାଉପାରିବେ।

ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ଅଟୋନମସ୍ କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଲାଗି ଏହି ସୁବିଧା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ପ୍ରଥମ ବର୍ଷ ୨ଟି, ୨ୟ ବର୍ଷ ୨ଟି ଏବଂ ଶେଷବର୍ଷ ୨ଟି ସେମିଷ୍ଟର ପରୀକ୍ଷା ଦେବେ।

ଫଳରେ ପିଲାମାନେ ୩ବର୍ଷରେ ୬ଟି ସେମିଷ୍ଟର ଦେବେ। ତେବେ ପ୍ରଥମ ବର୍ଷ ୮୦୦ମାର୍କ, ୨ୟ ବର୍ଷ ୮୦୦ମାର୍କ ଏବଂ ତୃତିୟ ବର୍ଷ ହଜାର ମାର୍କ ପରୀକ୍ଷା ହେବ। ମୋଟ୍ ୨୬ଶହ ମାର୍କରୁ ଉଭୟ ମାର୍କ ଏବଂ ସିଜିପିଏ ବ୍ୟବସ୍ଥା ରହିବ।