Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଏଏସ ସ୍ତରରେ ଅଦଳବଦଳ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍:ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ସେହିଭଳି ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପରିଷଦ ସଦସ୍ୟଙ୍କ ଅଧିନରେ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ତୁଷାରକାନ୍ତ ମହାନ୍ତିଙ୍କୁ ଭୁବନେଶ୍ୱର ସ୍ଥିତ କାରାଗାର ନିର୍ଦ୍ଦେଶାଳୟରେ ଅତିରିକ୍ତ କାରାଗାର ଆଇଜି, ପ୍ରଦୀପ୍ତ କୁମାର ଗରଦିଆଙ୍କୁ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ଚିତରଞ୍ଜନ ପାତ୍ରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ପ୍ରତାପ କୁମାର ମିଶ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ସୁଭେନ୍ଦ୍ର କୁମାର ନାୟକଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ଶିବନାରାୟଣ ସାହୁଙ୍କୁ ଏମଏସଏମଇ ବିଭାଗର ଯୁଗ୍ମ ସଚିବ, ଲୀନା କୁମାରୀ ସେସଙ୍କୁ ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ, ସୁବ୍ରତ କୁମାର ନାୟକଙ୍କୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ, ଲଗ୍ନଜିତ ରାଉତଙ୍କୁ ନୟାଗଡ ଉପ ଜିଲ୍ଲାପାଳ, ଅରୁଣ କୁମାର ମଲ୍ଲିକଙ୍କୁ ପାନପୋଶ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅଞ୍ଜାଲିନା ପ୍ରଧାନଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓ ସୁଧାଂଶୁ କୁମାର ମହାନ୍ତିଙ୍କୁ ନୂଆଦିଲ୍ଲୀରେ ମ୍ୟାନେଜର ତଥା ଉପ ଆବାସିକ କମିଶନର ଭାବେ ବଦଳି କରାଯାଇଛି।