ଅଗଷ୍ଟ ୨୧ରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ: ସମୀର ଦାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ୨୧ ତାରିଖରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଏସ୍ଏଏମ୍ଏସ୍(SAMS) ସେଣ୍ଟରରେ ଅନଲାଇନରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟରେ କରୋନା ବିପର୍ଯ୍ୟୟ ସ୍ଥିତି ଯୋଗୁଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ଫିସକୁ ହ୍ରାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ବଦଳରେ ୨୦୦ ଟଙ୍କା ଓ ଏସସି/ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦ ବଦଳରେ ୧୦୦ ଟଙ୍କା ନାମଲେଖା ଫିସ୍ ନିର୍ଦ୍ଧାରିତ ହୋଇଛି। ଆବେଦନ ଶେଷ ପରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ।