ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,୨୮ା୮/ଏନ୍ଏନ୍ଏସ୍: ରାଜ୍ୟ ସରକାର ଚାଷୀଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି। ଚାଷୀକୁଳଙ୍କୁ ଚାଷ କ୍ଷେତ୍ରରେ ସମସ୍ତ ପ୍ରକାର ଆର୍ଥିକ ଓ ଚାଷ ସମ୍ଵନ୍ଧୀୟ ସମସ୍ତ ଜ୍ଞାନ କୈଶଳ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ଚାଷୀଙ୍କ ଆୟ ବହୁଗୁଣ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଉନ୍ନତ ମାନର ଜ୍ଞାନକୌଶଳ ପ୍ରୟୋଗ କରି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ହଜାର ଚାଷୀଙ୍କୁ ନେଇ କାର୍ଯ୍ୟକାରୀ ହେବ । ଚାଷୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ମାନଦଣ୍ଡ ବୃଦ୍ଧି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ପାଇଁ ୨ବର୍ଷ ଅବଧି, ୫କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଲେମନ ଗ୍ରାସ୍, ହଳଦୀ, ସୁଗନ୍ଧ ତୈଳ, ମେଡ଼ିସିନାଲ ପ୍ଲାଣ୍ଟ୍ ଉତ୍ପାଦନ ହେବ । ପ୍ରକଳ୍ପର ୮ ମାସ ମଧ୍ୟରେ ଏହାର ଫଳାଫଳ ମିଳିବ ବୋଲି ଗବେଷଣା ସଂସ୍ଥାର ଅଧିକାରୀ କହିଛନ୍ତି । ଏହା ରାଜ୍ୟ କୃଷି ତଥା କୃଷକଙ୍କ ଉନ୍ନତି କ୍ଷେତ୍ରରେ ମାଇଲ ଖୁଣ୍ଟ ହେବ। କୃଷକମାନେ ସ୍ୱାଭିମାନ ସହିତ ବଞ୍ଚିବାକୁ ରାହା ଦେଖାଇଵ।