ଲକଡାଉନରେ ପିପିଲି ନିର୍ବାଚନ କାର୍ଯ୍ୟକୁ ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୫ ତାରିଖ ଠାରୁ ଲକଡାଉନ ଲାଗୁ ହେବାକୁ ଥିବା ବେଳେ ପିପିଲି ନିର୍ବାଚନକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନୀ କାର୍ଯ୍ୟରେ ସଟଡାଉନ, ଲକଡାଉନ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ ଯାଆସ କରିପାରିବେ।

ଏଥିସହିତ ଟ୍ରେନିଂ, ପୋଲିଂ ସେଣ୍ଟରକୁ ଅଧିକାରୀ ଯାଇପାରିବେ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟି ଏଜେଣ୍ଟଙ୍କୁ ଯାଆସ କରିବାକୁ ଅନୁମତି ମିଳିଛି। ନିର୍ବାଚନ ଦିନ ଭୋଟରମାନଙ୍କୁ ମଧ୍ୟ ଭୋଟ କେନ୍ଦ୍ରକୁ କୋଭିଡ ଗାଇଡଲାଇନ ପାଳନ କରିବ ଯିବାକୁ ଅନୁମତି ମିଳିଛି।