ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ୪ଟି ରାଜ୍ୟ ଉତ୍ତର ପ୍ରଦେଶ, ଉତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ ବୋଲି ବୋଲି ଟ୍ୱିଟ୍ କରି କହିଛନ୍ତି ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ଉତରାଖଣ୍ଡ, ମଣିପୁର ଏବଂ ଗୋଆର ଜନତା ବିଶେଷ ଭାବରେ ମାତୃଶକ୍ତି ଓ କାର୍ଯ୍ୟକର୍ତାଙ୍କୁ ଏହି ବିପୁଳ ବିଜୟ ପାଇଁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, ମାଆ ଭଉଣୀମାନେ ସ୍ପଷ୍ଟ ମତ ଦେଇ ନୂଆ ଭାରତ ଜନକଲ୍ୟାଣ, ଜନଭାଗିଦାରୀ, ସ୍ୱଚ୍ଛ ଶାସନ ଏବଂ ପ୍ରଗତିଶୀଳ ରାଜନୀତିକୁ ସମର୍ଥନ କରିଛନ୍ତି ।

୪ଟି ରାଜ୍ୟରେ ବିପୁଳ ଜନସମର୍ଥନ ସ୍ପଷ୍ଟ କରୁଛି ଭାରତରେ ଜନକଲ୍ୟାଣ, ବିକାଶ ଏବଂ ସୁଶାସନର ରାଜନୀତିର କୌଣସି ବିକଳ୍ପ ନାହିଁ । ଏହି ଅଭୂତପୂର୍ବ ବିଜୟ ଦେଶରେ ବିଜେପି ସମର୍ଥନରେ ଥିବା ଜନାଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଥିବା ବିଶ୍ୱାସକୁ ପ୍ରମାଣିତ କରୁଛି । ଉତରପ୍ରଦେଶ, ଉତରାଖଣ୍ଡ, ମଣିପୁର ଏବଂ ଗୋଆର ଜନତା ବିଜେପିକୁ ଯେଉଁ ଆଶୀର୍ବାଦ ଦେଇଛନ୍ତି, ଏହା ସ୍ପଷ୍ଟ କରୁଛି ଭୋଟରମାନେ ସେମାନଙ୍କୁ ସମର୍ଥନ କରନ୍ତି ଯେଉଁମାନେ ପ୍ରତିଶ୍ରୁତିକୁ ପାଳନ କରନ୍ତି । ଏହି ଜନାଦେଶରୁ ଯେଉଁ ପାର୍ଟି ବଂଶବାଦ, ତୁଷ୍ଟିକରଣ ଓ ଜାତିବାଦକୁ ନେଇ ରାଜନୀତି କରନ୍ତି ସେମାନଙ୍କ ପାଇଁ ସ୍ଥାନ ନାହିଁ ବୋଲି ଜନାଦେଶରୁ ସ୍ପଷ୍ଟ ହୋଇଛି ।

୨୦୧୪,୨୦୧୭, ୨୦୧୯ ପରେ ଏବେ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ, ସର୍ବସ୍ପର୍ଶୀ ନେତୃତ୍ୱ, ସୁଶାସନ ଏବଂ “ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସ”ର ମନ୍ତ୍ରରେ ମୋହର ଲଗାଇ ବିଜେପିକୁ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ୟୁପିବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୟୁପି ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ,
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସଂଗଠନ କୌଶଳ, ଯୋଗୀ ଆଦିତ୍ୟନାଥଙ୍କ କ୍ରିୟାନ୍ୱୟନ ଏବଂ ବିଜେପି ୟୁପି କାର୍ଯ୍ୟକର୍ତାଙ୍କ ପରିଶ୍ରମର ଫଳ । ଜାତି, ଧର୍ମ, ତୁଷ୍ଟିକରଣର ପାରମ୍ପାରିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ୟୁପିର ଜନତା ବିଶେଷ ଭାବରେ ମହିଳା ଓ ବିକାଶ ଯୋଦ୍ଧାମାନେ ଶାସନ, ପ୍ରଶାସନ, ବିକାଶ, ମହିଳା ସୁରକ୍ଷା ଏବଂ ଆଦର୍ଶର ରାଜନୀତିରେ ମୋହର ଲଗାଇ ଭାରତୀୟ ରାଜନୀତିକୁ ଏକ ନୂତନ ସ୍ତରକୁ ନେଇଛନ୍ତି ।