ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ

ଚିଲିକା,ଏନ୍‌ଏନ୍‌ଏସ୍‌: ଆଇଏନଏସ୍ ଚିଲିକାରେ ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ ଅନୁଷ୍ଠିତ ହୋଇଯାଇଛି । ୪ ମାସ ତାଲିମ ନେବା ପରେ ୨୫୯୭ ଅଗ୍ନିବୀରଙ୍କ ପାସିଂ ଆଉଟ ହୋଇଛନ୍ତି । ସେଥିମଧ୍ୟରୁ ୨୭୩ ଜଣ ମହିଳା ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆର୍ ହରି କୁମାର ଓ ଭାରତୀୟ ଅଲମ୍ପିକ ସଂଘ ସଭାପତି ପିଟି ଉଷା ଉପସ୍ଥିତ ଥିଲେ । ସମ୍ମିଳିତ ପରେଡରେ ଆଡମିରାଲ ହରି କୁମାର ଅଭିବାଦନ ଗ୍ରହଣ କରିଛନ୍ତି ।