ପରିଣୀତି, ସିଦ୍ଧାର୍ଥ ଯୋଡ଼ିକୁ ନେଇ ଚର୍ଚ୍ଚା

ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡ଼ିକୁ ନେଇ ଏବେ ଚର୍ଚ୍ଚା ସବୁଠି। ଉଭୟଙ୍କ ଯୋଡ଼ିକୁ ଅନେକେ ପସନ୍ଦ କରିଛନ୍ତି। ସୂଚନା ଥାଉକି ଉଭୟ ଏବେ ଫିଲ୍ମ ‘ଜବରିୟା ଯୋଡ଼ି’ରେ ନଜର ଆସିଛନ୍ତି। ଏହି ଫିଲ୍ମଟି ଧମାଲ କରିଛି ଉଭୟଙ୍କ ନିଖୁଣ ଅଭିନୟରେ।

ଶୁଣିବାକୁ ମିଳୁଛି ବିହାରର ପୃଷ୍ଠ ଭୂମି ଉପରେ ଆଧାରିତ ଏହି ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ଆୟ କରିଥିବା ଜଣାପଡ଼ିଛି। ମୂଳକଥା ହେଉଛି ‘ଜବରିୟା ଯୋଡ଼ି’ ଫିଲ୍ମଟିରେ କମେଡ଼ି ଓ ସାମାଜିକ ପ୍ରସଙ୍ଗ ଭରି ରହିଛି। ଯାହା କି ଦର୍ଶକଙ୍କୁ ଆକୃଷ୍ଟ କରିଲା ଭଳି। ପ୍ରଥମ ଦିନରେ ୩.୧୫ କୋଟି ଓ ଦ୍ୱିତୀୟ ଦିନରେ ୪କୋଟି ଆୟ କରିଥିଲା ଏହି ଫିଲ୍ମଟି।

ଏଥିରେ ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସଂଜୟ ମିଶ୍ର, ଜାବେଦ ଜାଫରୀ, ଅପଶକ୍ତି ଖୁରାନା ଓ ଚନ୍ଦନ ରାୟ ପ୍ରମୁଖ ଅଭିନୟ କରିଛନ୍ତି ଏବଂ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫଟୋ ସେୟାର କରି ଫିଲ୍ମଟିର ପ୍ରଶଂସା କରିଛନ୍ତି।