Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇତିହାସ ହୋଇଗଲା ବଡ଼ଆଖଡ଼ା ମଠ, ମହାରାଜାଙ୍କ ଗୁରୁ ଗାଦି ମାଟିରେ ଲୀନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇତିହାସ ହୋଇଗଲା ବଡ଼ଆଖଡ଼ା ମଠ, ମହାରାଜାଙ୍କ ଗୁରୁ ଗାଦି ମାଟିରେ ଲୀନ

ପୁରୀ,ଏନ୍ଏନ୍ଏସ୍: ଇତିହାସ ହୋଇଗଲା ଐତିହ୍ୟସମ୍ପନ୍ନ ବଡ଼ଦାଣ୍ଡସ୍ଥିତ ବଡ଼ଆଖଡ଼ା ମଠ। ଡୋଜର ମାଡ଼ରେ ସମ୍ପୂର୍ଣ୍ଣ ମଠହେଲା ଧରାଶାୟୀ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦିନ ଧରି ଚାଲିଥିଲା ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ ଏହି ମଠର ଉଚ୍ଛେଦ କାର୍ଯ୍ୟ। ଏସ୍କାଭେଟର ସାହାଯ୍ୟରେ ମଠର ସମସ୍ତ ଦୋକାନ ଘର ଓ ବିପଦସଙ୍କୁଳ ଭାବେ ଘୋଷିତ ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। କୀର୍ତ୍ତନ ମଣ୍ଡଳୀ ଘର ମଧ୍ୟ ଭଙ୍ଗାଯାଇଛି। କେବଳ ମଠ ପରିସରରେ ଥିବା ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଓ ରାମାନନ୍ଦାଚାର୍ଯ୍ୟଙ୍କ ମୂର୍ତ୍ତିଥିବା ପ୍ରକୋଷ୍ଠ ଛାଡ଼ି ଅନ୍ୟସବୁ ଘର ମାଟିରେ ମିଶିଯାଇଛି।

ମଂଗଳବାର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ସାନ ଛତାମଠ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବଡ଼ଆଖଡ଼ା ମଠକୁ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ଏବେ ଭଗ୍ନସ୍ତୂପରୁ ମାଟି, ଇଟା, ଚୂନ ସ୍ଥାନାନ୍ତର ଚାଲିଛି। ଲିଭିଯାଇଛି ଭାରତରେ ରାମାନନ୍ଦଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଛ’ଟି ଦିଗମ୍ବର ଆଖଡ଼ା ମଧ୍ୟରୁ ସର୍ବଶ୍ରେଷ୍ଠ ଆଖଡା଼ ରୂପେ ବିବେଚିତ ବଡ଼ ଆଖଡ଼ା ମଠ।

ମଠରୁ ଶୁଭୁନାହିଁ ଆଉ ଭଜନ କୀର୍ତ୍ତନର ସ୍ୱର। ମଠର ଧ୍ୱଂସସ୍ତୂପରେ କେବଳ ଶ୍ମଶାନର ନିରବତା। ମଠର ମହନ୍ତ ଏବେ ନୀଳାଚଳ ଭକ୍ତ ନିବାସରେ ଅବସ୍ଥାନ କରୁଛନ୍ତି। ମଠକୁ ଭଙ୍ଗାଯାଇ ସାରିଥିବାରୁ ମଠକୁ ଆଉ ଆସିବେ ନାହିଁ ନାଗା ସନ୍ନ୍ୟାସୀ। ମଠରେ ଆଉ ଅଧ୍ୟୟନ କରିପାରିବେ ନାହିଁ ବେଦ ବିଦ୍ୟାର୍ଥୀ।

ସୂଚନାଯୋଗ୍ୟ ଯେ ଧର୍ମାଚାର୍ଯ୍ୟ ରାମାନନ୍ଦାଚାର୍ଯ୍ୟଙ୍କ ଦ୍ୱାରା ବଡ଼ ଆଖଡ଼ାମଠ ପ୍ରତିଷ୍ଠିତ ହୋଇଥିଲା। ୧୨୨୯ ମସିହାରେ ଦକ୍ଷିଣ ଭାରତରେ ଜନ୍ନଗ୍ରହଣ କରିଥିବା ଧର୍ମଗୁରୁ ରାମାନନ୍ଦାଚାର୍ଯ୍ୟ ୧୩୫୨ ମସିହାରେ ପୁରୀ ଆସିଥିଲେ ଏବଂ ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କୁ ରାମ, ଲକ୍ଷ୍ମଣ ଓ ସୀତା ରୂପରେ ଦର୍ଶନ କରିଥିଲେ।

ଏହି ଅବସରରେ ରାମାନନ୍ଦାଚାର୍ଯ୍ୟ ଭାବବିହ୍ୱଳ ହୋଇ ଶ୍ଲୋକ ଗାନ କରିଥିଲେ। ଏହାର ସ୍ମୃତିସ୍ୱରୂପ ପ୍ରତିବର୍ଷ ସନ୍ଧ୍ୟାଦର୍ଶନ ଦିନ ମଠର ସାଧୁମାନେ ନିଶାଣ ଧରି ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ଲୋକ ଗାନ କରିଥାନ୍ତି। ବଡ଼ଆଖଡ଼ା ମଠ ହେଉଛି ଗଜପତି ମହାରାଜାଙ୍କ ଗୁରୁ ଗାଦି। ପୂର୍ବରୁ ଲଙ୍ଗୁଳି ମଠ ଓ ଏମାର ମଠ ଇତିହାସ ପାଲଟିଥିବା ବେଳେ ବଡ଼ଆଖଡ଼ା ମଠ ମଧ୍ୟ ସେହି ତାଲିକାରେ ସାମିଲ ହୋଇଛି।