ପାଣି ପଞ୍ଚାୟତ ସମାଚାର ପତ୍ରିକା ଉନ୍ମୋଚିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ପୂର୍ବାହ୍ନରେ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମୀ) , ପ୍ରତାପନଗରୀ, କଟକ ଆନୁକୂଲ୍ୟରେ ପ୍ରକାଶିତ ପାଣି ପଞ୍ଚାୟତ ସମାଚାର ପତ୍ରିକାର ଶୁଭ ଉନ୍ମୋଚନ କରିଛନ୍ତି । ରାଜ୍ୟ ଜଳସଂପଦ ବିଭାଗ ସସ୍ମିଳନୀ କକ୍ଷର ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ପତ୍ରିକାର ଉନ୍ମୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଜଳ ସଂପଦ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷକମାନଙ୍କ ପାଇଁ ସୂଚନା ପ୍ରଦାନ ଓ ୱାଲମୀ ଜରିଆରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ସଂପର୍କରେ ଆଲେଖ୍ୟ ପାଣି ପଞ୍ଚାୟତ ସମାଚାର ପ୍ରଦାନ କରିଆସୁଛି ।

ଏହି ପତ୍ରିକା ଚାଷୀଭାଇମାନଙ୍କ ପାଖରେ ସୂଚନା ପହଞ୍ଚିବାର ପ୍ରମୁଖ ମାଧ୍ୟମ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯିବାରେ ତୃଣମୂଳସ୍ତରରେ ପହଁଚାଇବା ପାଣିଫଚାୟତ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

ଚଳିତ ପାଣି ପଂଚାୟତ ସମାଚାର ପତ୍ରରେ ବିଭିନ୍ନ ପାଣି ପଞ୍ଚାୟତର ସଫଳ କାହାଣୀ, କୃଷି ଓ ଜଳସେଚନ ସମ୍ବନ୍ଧୀୟ ସରକାରୀ ଯୋଜନା, ଜଳ ସମ୍ପଦ ବିଭାଗରେ ୫ଟି ଓ ମୋ ସରକାର କାର୍ଯ୍ୟାନ୍ବୟନ ଆଦି ସଂପର୍କରେ ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କୃଷକମାନଙ୍କୁ ପ୍ରଶିକ୍ଷଣ ଜରିଆରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ପ୍ରମୁଖ ଯୋଗଦାନ ଦେଉଥିବା ୱାଲମୀ ଅନୁଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଥିବା ପ୍ରକାଶ କରିଥିଲେ ।

ଜଳ ସଂପଦ ବିଭାଗ ଏବଂ ୱାଲମୀ ସହଯୋଗରେ ୨୦୦୦ ମସିହାରୁ ୨୦ ବର୍ଷ ଧରି ପ୍ରକାଶିତ ଏହି ସମାଚାର ପତ୍ର ରାଜ୍ୟରେ ପାଣି ପଞ୍ଚାୟତ ଯୋଜନାକୁ ଲୋକାଭିମୁଖୀ ତଥା ଦୀର୍ଘସ୍ଥାୟୀ କରିବା ଲକ୍ଷ୍ୟରେ ପ୍ରକାଶିତ ହେଉଥିବା ୱାଲମୀର ନିର୍ଦ୍ଦେଶକ ଇଂ. କୃଷ୍ଣଚନ୍ଦ୍ର ମହାନ୍ତି ପ୍ରକାଶ କରିଥିଲେ । ୱାଲ୍ଲୀ ଜରିଆରେ ଅଦ୍ୟାବଧୂ ୧ ଲକ୍ଷ ୬୦ ହଜାର କୃଷକ ତଥା ପାଣି ପଞ୍ଚାୟତ କର୍ମୀମାନେ ପ୍ରଶିକ୍ଷଣ ନେଇସାରିଥିବା ଏବଂ ପ୍ରତିବର୍ଷ ପ୍ରାୟ ୨୦ରୁ ୨୫ ହଜାର ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଉଥିବା ସଂପର୍କରେ ଇଂ ମହାନ୍ତି ପ୍ରକାଶ କରିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଜନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭୀଗର ସମସ୍ତ ବରିଷ୍ଠ ଅଧୁକାରୀ, ଯନ୍ତ୍ରୀ ଏବଂ କ୍ରାଇମୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।