ପିଏମ କେୟାର୍ସ ଫଣ୍ଡରୁ ଦେଶର ସମସ୍ତ ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା

ଭୁବନେଶ୍ବର,ଏନ୍ଏନ୍ଏସ୍: କୋଭିଡର ଦ୍ଵିତୀୟ ଲହରୀରେ ମେଡ଼ିକାଲରେ ଅକ୍ସିଜେନର ଚାହିଦା ବହୁଗୁଣା ହୋଇଛି। ପିଏମ କେୟାର୍ସ ପାଣ୍ଠିରୁ ଦେଶର ସମସ୍ତ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ୧୫୦୦ରୁ ଅଧିକ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି।

ଏହି ପଦକ୍ଷେପ ନିଶ୍ଚିତ ଭାବରେ ଜିଲ୍ଲା ସ୍ତରରେ ଅକ୍ସିଜେନ ଉପଲବ୍ଧିକୁ ସହାୟକ ପ୍ରଦାନ କରିବ ଏବଂ ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତିକୁ ବ୍ୟାପକ କରିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦିଲ୍ଲୀ ପଞ୍ଜାବି ବାଗ୍ ସ୍ଥିତ ମହାରାଜା ଅଗ୍ରସେନ ହସ୍ପିଟାଲରେ ଉଦଘାଟିତ ହୋଇଯାଇଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ ଇନ୍ଦ୍ରପ୍ରସ୍ଥ ଗ୍ୟାସର ସାମାଜିକ ଦାୟିତ୍ଵ ଅନ୍ତର୍ଗତ(ସିଏସଆର) ପାଣ୍ଠିରୁ ପ୍ରତିଷ୍ଠା କରାଯାଇଛି।

ଏହି ସୁବିଧା ହସ୍ପିଟାଲରେ କୋଭିଡ ଚିକିତ୍ସା କ୍ଷମତାକୁ ବୃଦ୍ଧି କରିବ, ସ୍ବାସ୍ଥ୍ୟସେବାକୁ ମଜବୁତ୍ କରିବ ଏବଂ ସମାଜର ସେବା କରିବା ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଏବଂ ମହାରାଜା ଅଗ୍ରସେନ ହସ୍ପିଟାଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ସେ କହିଛନ୍ତି।