ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ। ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡିପ୍ରସାଦ ମହାନ୍ତି। ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ସହ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେନାରେ ନିଜ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍ ଭାବେ ଅତ୍ୟନ୍ତ ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ।