ଭୁବନେଶ୍ୱର,ଏନ୍ଏନ୍ଏସ୍: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ପଜିଟିଭ। ବାରମ୍ବାର କୋଭିଡ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଦୀପ୍ତ। ସେ ଟୁଇଟ କରି, ଗତ ୫ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ। ସଂଗରୋଧରେ ରହିବା ସହ ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ଦିନ ପରେ ମଙ୍ଗରାଜଙ୍କ ମାଆ ମଧ୍ୟ କରୋନାରେ ପ୍ରାଣ ହାରାଇଥିଲେ।