ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଉଭୟ କରୋନାରେ ଆକ୍ରାନ୍ତ ହେବାକୁ ନେଇ ନିଜେ ବିଧାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବାବେଳେ ସେମାନେ ଭୁବନେଶ୍ୱରରେ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶ୍ରୀକାନ୍ତଙ୍କ ପୂର୍ବରୁ ବାଲେଶ୍ୱର ଜିଲ୍ଲାର ୨ଜଣ ବିଧାୟକ ଓ ସାଲେପୁର ଜିଲ୍ଲାର ଜଣେ ବିଧାୟକ କରୋନାରେ ସଂକ୍ରମିତ ହୋଇଥିଲେ।