ନୂଆପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ

ନୂଆପଡ଼ା,ଏନ୍ଏନ୍ଏସ୍ : ମହାମାରୀ କରୋନା ଭୂତାଣୁର ସଂକ୍ରମଣରେ ନୂଆପଡ଼ା ଜିଲ୍ଲାର ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ନୂଆପଡ଼ା ସଦର ଏନଏସି ଅଂଚଳର ୩ ନଂ ୱାର୍ଡର ମୁମ୍ବାଇ ଫେରନ୍ତା ଯୁବକର କୋଭିଡ୍-୧୯ ପଜିଟିଭ୍ ଜଣାପଡିଥିବା ନେଇ ଆଜି ଜିଲ୍ଲାପାଳ ମଧୂସ୍ମିତା ସାହୁ ପ୍ରକାଶ କରିଛନ୍ତି ।

ଯୁବକ ଜଣକ(୨୩)ବର୍ଷର ସେ ମୁମ୍ବାଇ ଫେରନ୍ତା ଶ୍ରମିକ, ସେ ଗତ ୧୫ତାରିଖ ଏକ ଟ୍ରକ ଯୋଗେ ନୂଆପଡ଼ାରେ ଆସି ପହଂଚି ନୂଆପଡ଼ା ଏନଏସି କଲ୍ୟାଣ ମଣ୍ଡପ ସଂଗରୋଧ କେନ୍ଦ୍ରରେ ୭ ଜଣଙ୍କ ସହିତ ଥିଲେ। ବାକି ୭ଜଣଙ୍କ ରକ୍ତ ନମୁନା ନେଗେଟିଭ୍ ଥିବା ସୂଚନା ମିଳିଛି। ତାଙ୍କର ରକ୍ତ ନମୁନା ୨୨ତାରିଖରେ ପରୀକ୍ଷଣ ପାଇଁ ପଠାଯାଇଥିଲା। ଆଜି ତାଙ୍କର ପଜିଟିଭ୍ ରିପୋର୍ଟ ଆସିଲା ପରେ ତାଙ୍କୁ କଲାହାଣ୍ଡି କୋଭିଡ୍-୧୯ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ଦ୍ୱିତୀୟ ପଜିଟିଭ୍ ଚିହ୍ନଟ ହେଲାପରେ ସହରର ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ପ୍ରଥମ କରୋନା ପଜିଟିଭ୍ ଜିଲ୍ଲାର ଖଡିଆଳ ବ୍ଲକ ଅର୍ନ୍ତଗତ ସାନମହେଶ୍ୱର ଗ୍ରାମପଂଚାୟତର ଝୋଲପଦର ଗ୍ରାମର ପ୍ରବାସୀ ଶ୍ରମିକଙ୍କ ଠାରୁ ଜିଲ୍ଲାର ପ୍ରଥମ କୋଭିଡ-୧୯ ପଜିଟିଭ୍ ୍ ରିପୋର୍ଟ ୨୪ ତାରଖ ଆସିଥିଲା।