ମୁଣ୍ଡଳିରେ ପ୍ରବାହିତ ହେଉଛି ୧୦ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର, ଏନ୍ଏନ୍ଏସ୍: କଟକ ମୁଣ୍ଡଳିରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ସମ୍ପଦ ସଚିବଙ୍କ ସମୀକ୍ଷା ବୈଠକ ପରେ ଟ୍ୱିଟ ଯୋଗେ  ସୂଚନା ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର ( ଏସଆରସି) ପ୍ରଦୀପ ଜେନା କହିଛନ୍ତି, ମୁଣ୍ଡଳିରେ ଜଳପ୍ରବାହ ୧୦ଲକ୍ଷ କ୍ୟୁସେକ ରହିବ। ସେ କହିଛନ୍ତି ଛତିଶଗଡରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସିବା କମି ଯାଇଛି। ଗତକାଲି ସାଢେ ୯ଲକ୍ଷ କ୍ୟୁସେକ ଆସୁଥିଲା। ଆଜି ୭ଲକ୍ଷ କ୍ୟୁସେକ ଆସୁଛି। ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ ଆସନ୍ତାକାଲି ଯାଏ ବଳବତ୍ତର ରହିବ। ଆସନ୍ତାକାଲି ଏହି ଜଳପ୍ରବାହ ଧିରେଧିରେ କମିବ। ଏଥିରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି।