ପୁଣି କୁମାରଙ୍କ ସ୍ଥାନରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେଉଥିବାବେଳେ ତାଙ୍କ ସ୍ଥାନରେ ନିର୍ମାତା ଓ ନିର୍ଦ୍ଦେଶକ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେବାକୁ ଚାହୁଁଛନ୍ତି । ପ୍ରଥମେ ‘ଭୁଲ ଭୁଲେୟା ୨’ ଆଉ ଏବେ ‘ହେରା ଫେରି ୩’ରେ ଅକ୍ଷୟଙ୍କୁ କାର୍ତ୍ତିକ ରିପ୍ଲେସ କରିଛନ୍ତି । କିଛି ଲୋକଙ୍କ ପାଇଁ ଅକ୍ଷୟଙ୍କ ବିନା ‘ହେରା ଫେରି ୩’ କଳ୍ପନା କରିବା ସମ୍ଭବ ନୁହେଁ । କିନ୍ତୁ ବକ୍ସ ଅଫିସରେ ‘ଭୁଲ ଭୁଲେୟା ୨’ର ସଫଳତା ପରେ ‘ହେରା ଫେରି ୩’କୁ ନେଇ କାର୍ତ୍ତିକଙ୍କ ଉପରେ ସଭିଙ୍କ ଆଶା ବଢ଼ିଯାଇଛି ।

ମିଡିଆ ରିପୋର୍ଟସ ମୁତାବକ, ଅକ୍ଷୟ କୁମାର ‘ହେରା ଫେରି ୩’ ଲାଗି ନିର୍ମାତାଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସେଥିପାଇଁ ଫିଲ୍ମରେ ତାଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ନିଆଗଲା ।