ପଦ୍ମପୁର ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ପଦ୍ମପୁର,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ନାଁରେ ବିଜେଡି ମୋହର ଲଗାଇଛି । ବର୍ଷା ଆସନ୍ତା ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଟିକେଟ ପାଇବା ପରେ ବର୍ଷା କହିଛନ୍ତି ଯେ, ମୋ ଉପରେ ଆସ୍ଥା ଓ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ପରିବାରରୁ ଯିଏ ବି ଟିକେଟ ପାଇଥିଲେ ମୁଁ ଖୁସି ହୋଇଥାନ୍ତି । ବାପାଙ୍କ କାମ ଦେଖି ମୋତେ ଟିକେଟ ମିଳିଛି।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ବୋହୂ ।