କମେଡିିଆନ ମୁନବର ଫାରୁକୀଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଆରୋପରେ ଗିରଫ ହୋଇଥିବା କମେଡିଆନ ମୁନବର ଫାରୁକୀ ଓ ସହଅଭିଯୁକ୍ତ ନଲିନ ଯାଦବଙ୍କ ଜାମିନ ଆବେଦନ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତିି। ହିନ୍ଦୁ ଦେବୀଦେବତାଙ୍କୁ ନେଇ କଥିତ ଆପତ୍ତିଜନକ କମେଡି କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ରୋହିତ ଆର୍ଯ୍ୟ ଭିଡିଓ କନଫ୍ରେନ୍ସିଂ ଜରିଆରେ ଫଇସଲା ଶୁଣାଇ କହିଛନ୍ତି ଯେ, ଭାଇଚାରା ଓ ସଦଭାବନା ପ୍ରଚାର କରିବା ପ୍ରତେକ ନାଗରିକର ସାମ୍ବିଧାନିକ କର୍ତ୍ତବ୍ୟ।

ସୂଚନାଯୋଗ୍ୟ, ଫାରୁକୀ ଓ ନଲିନଙ୍କୁ ଜାନୁଆରୀ ୨ ତାରିଖରେ ଏକ କମେଡି ଶୋ’ରେ ଧାର୍ମିକ ଭାବନାକୁ ଆହତ କରିବା ଆରୋପରେ ଗିରଫ କରାଯାଇଥିଲା। ଏହାପୂର୍ବରୁ ୨ଟି ସ୍ଥାନୀୟ ଅଦାଲତ ମଧ୍ୟ ଜାମିନ ଆଦେବନ ଖାରଜ କରିଥିଲେ। ଆଉ ଜାନୁଆରୀ ୧୪ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଥିଲା।