ଟ୍ୱିନସିଟିରେ ପୂର୍ଣ୍ଣ କ୍ଷମତାରେ ଚାଲିବ ଅଫିସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କଟକ ଓ ଭୁବନେଶ୍ୱର (ଟ୍ୱିନସିଟି)ରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଅଧସ୍ତନ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ସମସ୍ତ ଅଧିକାରୀ ଓ କର୍ମଚାରୀ ଅଫିସ୍ ଆସିବେ। ତେବେ ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସମସ୍ତ କର୍ମଚାରୀ କଡ଼ାକଡ଼ି ଭାବେ କୋଭିଡ୍ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସର କୌଣସି କର୍ମଚାରୀଙ୍କ ଠାରେ କୋଭିଡ୍ ସଂକ୍ରମଣ ଠାବ ହେଲେ ସମ୍ପୃକ୍ତ କାର୍ଯ୍ୟାଳୟ ସରକାରଙ୍କ ପ୍ରୋଟୋକଲକୁ ଅନୁପାଳନ କରିବା ଲାଗି କୁହାଯାଇଛି। କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥାନ ରହୁଥିବାବେଳେ ଶାରୀରିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକସ୍ଥଳେ କର୍ମଚାରୀଙ୍କ କ୍ଷମତାକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।