ଗବେଷଣା କ୍ଷେତ୍ରରେ ଦୀର୍ଘମିଆଦି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ କୃଷି କ୍ଷେତ୍ରରେ ସମୟୋପଯୋଗୀ ଯୋଜନା ପ୍ରଣୟନ, ଉନ୍ନତମାନର ବିହନ, କୃଷି ଯନ୍ତ୍ରପାତି ଓ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ରାଜ୍ୟରେ ଫସଲ ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି । ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ତେବେ ଚାଷୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ କୃଷି ବୈଜ୍ଞାନିକମାନଙ୍କର ଗବେଷଣାଲବ୍ଧ ଜ୍ଞାନର ସଫଳ ପ୍ରୟୋଗ ଯୋଗୁ ଓଡ଼ିଶା ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଆଜି ଚାଉଳ ଉକ୍ସଊାଦନ କ୍ଷେତ୍ରରେ ବଳକା ରାଜ୍ୟ ହେବା ସହିତ ଡାଲି, ତୈଳବୀଜ ପନିପରିବା ଆଦିର ଉକ୍ସଊାଦନ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିଛି । ସେହିପରି ବିଗତ ୨୦ ବର୍ଷରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା, ଦୁଟ ଉକ୍ସଊାଦନ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଜଳବାୟୁରେ ପରିବର୍ତ୍ତନ ଓ ଲୋକମାନଙ୍କର ଖାଦ୍ୟାଭ୍ୟାସ ଆଦିରେ ହେଉଥିବା ପରିବର୍ତ୍ତନର ଆହ୍ୱାନକୁ ଗ୍ରହଣକରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟାପକ ଓ ବୈଜ୍ଞାନିକମାନେ ଗବେଷଣା କ୍ଷେତ୍ରରେ ଦୀର୍ଘମିଆଦୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ୪୫ତମ ବାର୍ଷିକ ସାଧାରଣ ପରିଷଦ ବୈଠକର ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଶିକ୍ଷକ ଓ ବିଶେଷଜ୍ଞମାନଙ୍କ କଥା ଲୋକମାନେ ସହଜରେ ଗ୍ରହଣ କରିଥାଆନ୍ତି । ତେଣୁ ଚାଷୀମାନଙ୍କୁ ସଚେତନ କରିବା ଦିଗରେ ଅଧ୍ୟାପକମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ରାଜ୍ୟର ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଥିବା ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ଓ ସଂପ୍ରସାରଣ ସେବାକୁ ଅଧିକ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ କୋଭିଡ-୧୯ ସ୍ଥିତିର ଆହ୍ୱାନକୁ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ବିଶ୍ୱବିଦ୍ୟାଳୟ ରାଜ୍ୟର କୃଷକମାନଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ ।

ଏହି ଅବସରରେ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଡ. ଅଗ୍ରୱାଲ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡ. ପି.କେ.ଷଡଙ୍ଗୀ ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ଡ. ପ୍ରଦୀପ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ଅବସରରେ ସଂଘ ତରଫରୁ ଗ୍ରହଣ କରାଯାଉଥିବା ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସୂଚନା ସମ୍ପର୍କରେ ଏକ ପୁସ୍ତକର ଶୁଭ କରିଥିଲେ ।