୧୮୪ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୭ ଜଣଙ୍କ ରିପୋର୍ଟ ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରିଟେନରୁ ୧୮୪ ଜଣ ଓଡ଼ିଶାକୁ ଫେରିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୮୪ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ନୂଆ ଷ୍ଟ୍ରେନ କରୋନା ଭୂତାଣୁ ଚିହ୍ନଟ ପାଇଁ ଏହି ୭ ଜଣଙ୍କ ନମୁନା ପୁନେକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିନାହିିଁ। ଏନେଇ ସେମାନଙ୍କୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର ୩୧ଟି ସ୍ଥାନରେ ଆଜି ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ କୋଭିଡ ଟିକାକରଣ ଲାଗି ଡ୍ରାଏ ରନ୍ ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ନେଇ ଡ୍ରାଏ ରନ୍ କରାଯାଉଛି। ଭ୍ୟାକସିନ୍ ପଠାଇବା କେନ୍ଦ୍ର ସରକାରଙ୍କର ଦାୟିତ୍ଵ। ଏଥିଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ରାଜ୍ୟରେ ଯେବେ ଟିକା ପହଞ୍ଚିବ ଆମେ ଟିକା ଦେବା ଆରମ୍ଭ କରିବୁ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନେସନ ସେଣ୍ଟରର ଉଦ୍‌ଘାଟନ କରିଛନ୍ତି ଶ୍ରୀ ମହାପାତ୍ର।