ଜନ୍ମମାଟି ଅଭିମୁଖେ ଓଡ଼ିଆ ବୀରଙ୍କ ପ୍ରାର୍ଥୀବ ଶରୀର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପ୍ରାର୍ଥୀବ ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଉଛି। ଭୁବନେଶ୍ୱର ବିମାନ ବନ୍ଦରରୁ ତାଳଚେରର କୃଷ୍ଣପୁରକୁ ଯାତ୍ରା ଆରମ୍ଭ ହୋଇଛି। ସେଠାରେ ହିଁ ରାଣାପ୍ରତାପଙ୍କର ଅନ୍ତିମ ସଂସ୍କାର କରାଯିବ।

ସୂଚନାଯୋଗ୍ୟ, ବାୟୁସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ ତାମିଲନାଡ଼ୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ରାଣାପ୍ରତାପଙ୍କ ପ୍ରାର୍ଥୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡିଜିପି ଅଭୟଙ୍କ ସମେତ ଅନେକ ନେତା ମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।