ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କର ରବିବାର ଦିନ କଟକ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସୁମିତ୍ରା ଚୌଧୁରୀ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ପୁଅ ମନମୋହନ ଚୌଧୁରୀଙ୍କ ସହିତ ବିବାହ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ପ୍ରିୟଭାଜନ ମଧ୍ୟ ଥିଲେ। ସେ ଗ୍ରାମୀଣ ଭାରତ ଯୋଜନାରେ ଗ୍ରାମ ନିର୍ମାଣ ଓ ଲୋକଙ୍କ ଉତ୍ଥାନ ପାଇଁ ଗାନ୍ଧୀଙ୍କ ସର୍ବୋଦୟମୁଭମେଣ୍ଟରେ ମଧ୍ୟ ଯୋଗଦେଇଥିଲେ।

ସେହିପରି ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କଟକଠାରେ କରାଯିବ। ବହୁ ବିଶିଷ୍ଟ ବ୍ୟକ୍ତି କଟକର ବାଖରାବାଗସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।