Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ମାମଲା : ୨୩ ପ୍ରତିପକ୍ଷଙ୍କୁ ନୋଟିସ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ମାମଲା : ୨୩ ପ୍ରତିପକ୍ଷଙ୍କୁ ନୋଟିସ୍

କଟକ,ଏନ୍ଏନ୍ଏସ୍: ପୁରୀର ପ୍ରସିଦ୍ଧ ବଗଲା ଧର୍ମଶାଳାକୁ ହୋଟେଲ, ଲଜ ଦିଆଯିବା ବିରୋଧରେ ଆବେଦନକାରୀ ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ୨୩ ଜଣ ପ୍ରତିପକ୍ଷ ଯଥାକ୍ରମେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ସଚିବ, ଗ୍ରାମ୍ୟ ଓ ନଗର ଉନ୍ନୟନ ସଚିବ, ପର୍ଯ୍ୟଟନ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ତହସିଲଦାର୍, ପୁରୀ ମ୍ୟୁନିସ୍ପାଲ୍ଟି, ଆର୍ଡିସି ସଦସ୍ୟ, ଜମି ଅଧିଗ୍ରହଣ ଅଧିକାରୀ, ଜିଲ୍ଲା ସବ୍ ରେଜିଷ୍ଟର୍, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍, ଦୀପକ୍ କୁମାର ସାହୁ, ଜ୍ୟୋସ୍ନାରାଣୀ ସାହୁ, କଳ୍ପନା ମହାନ୍ତି, ଭିତର ସେବାୟତ ନିଯୋଗ, ରବି ନାରାୟଣ ଦାସ, ବଟକୃଷ୍ଣ ମୁଦ୍ରା, ବିଜୟଲକ୍ଷ୍ମୀ ଖୁଣ୍ଟିଆ, ଜୟଲକ୍ଷ୍ମୀ ଖୁଣ୍ଟିଆ ପ୍ରମୁଖଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟେରେ ଜବାବ ଦାଖଲ ହୋଇସାରିଛି। ଏଥିରେ ଆବେଦନକାରୀ ଚାହିଁଲେ ପ୍ରତିଜବାବ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିଥିଲେ। ଅନ୍ୟପକ୍ଷରେ ଏହି ମାମଲାରେ ମଧ୍ୟ ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ପୂର୍ବରୁ ହାଇକୋର୍ଟରେ ପ୍ରତିଜବାବ ରଖାଯାଇଛି।

ତେବେ ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ ବଗଲା ଧର୍ମଶାଳା ଜମିର ତତ୍ୱାବଧାରକ ହେଉଛନ୍ତି ପୁରୀ ଜିଲ୍ଲାପାଳ। ତାଙ୍କୁ ଜମିର ପରି·ଳନା ଓ ବିକାଶ ଦାୟିତ୍ୱ ଦିଆଯାଇଛି। ଅତଏବ ସେ ଏହାକୁ ବିକ୍ରି କରିପାରିବେ ନାହିିଁ। ଅନ୍ୟପକ୍ଷରେ ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣବେଳେ ହୋଇଥିବା ଉଛେଦ ସମ୍ପର୍କରେ ୬ ଜଣ ଲଜିଂ ମାଲିକଙ୍କ ଯେତିକି ଜମିଯାଇଛି ତା ଠାରୁ ଅଧିକ ପରିମାଣର ଜମି ସେମାନଙ୍କୁ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି। ସେହିପରି ୧୮୮୯-୯୦ ସାବକ ରେକର୍ଡରେ ଧର୍ମଶାଳା ଜମି ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତି ଅଟେ। ଏହାକୁ କେହି ବିକ୍ରୀ କରିପାରିବେ ନାହିଁ ବୋଲି ଦାଖଲ ପ୍ରତିଜବାବରେ କୁହାଯାଇଛି। ଅନ୍ୟପକ୍ଷରେ ଧର୍ମଶାଳା ଜମି ରେକର୍ଡରେ କରାଯାଇଥିବା ସଂଶୋଧନ ଆଇନ ସମ୍ମତ ନୁହେଁ। ଶ୍ରୀ ପାତ୍ରଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଧର୍ମଶାଳା ଜମିରେ ଜଗନ୍ନାଥ ଜମିର ସତ୍ୱ ସମ୍ପର୍କରେ ଜବାବ ରଖିବାକୁ ଅଦାଲତ କହିଥିଲେ । ମାମଲାର ଶୁଣାଣିବେଳେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଧର୍ମଶାଳା ଜମି ବଗଲାର ନୁହେଁ କି ରାଜ୍ୟ ସରକାରଙ୍କର ମଧ୍ୟ ନୁର୍ହେଁ। ଏହା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି। ସାବିକ୍ ରେକର୍ଡରେ ଏହି ଜମି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିବାବେଳେ ହାଲ୍ ରେକର୍ଡରେ ଏହା ଲଜିଂ ହାଉସ୍ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ କରିଥିଲେ। ୧୯୫୫ ମସିହାରେ ଶ୍ରୀ ମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀ ଜଗନ୍ନନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦିଆଯାଇଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଜଗନ୍ନାଥଙ୍କ ସମ୍ପତି ସମ୍ପର୍କରେ କେବଳ ଶ୍ରୀମନ୍ଦିର ପ୍ରଶାସନ ନେଇପାରିବ।

ଏପରିସ୍ଥଳେ ରାଜ୍ୟ ସରକାର ବଗଲା ଧର୍ମଶାଳା ଜମିକୁ କିପରି ଲଜିଂ ପାଇଁ ଦେଲେ ବୋଲି ଆବେଦନକାରୀଙ୍କ ଆଇନଜୀବୀ ପ୍ରଶ୍ନ କରିଥିଲେ। ପୁରୀର ବଗଳା ଧର୍ମଶାଳାକୁ ହୋଟେଲ୍ ଓ ଲଜ୍ ଉଦ୍ଦେଶ୍ୟରେ ଦିଆଯିବା ଘଟଣାକୁ ବିରୋଧ କରି ହାଇକୋର୍ଟରେ ପୃଥକ ପୃଥକ ଭାବେ ଆବେଦନ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ନିକଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସର୍ବୋଚ୍ଚ ଅଦାଲତ ପୁରୀରେ ୬୦ ହଜାର ଭକ୍ତଙ୍କ ରହିବା ପାଇ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାର ଏହା ନ କରି ଧର୍ମଶାଳାକୁ ବିଭିନ୍ନ ହୋଟେଲ୍ ଓ ଲଜ୍ ଉଦ୍ଦେଶ୍ୟରେ ଦେଇ ଦେଉଛନ୍ତି। ତେବେ ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ରୁଜୁ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ପୁରୀ ତହସିଲଦାର ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ଜବାବରେ କୁହାଯାଇଛି ଯେ ବଗଲା ଧର୍ମଶାଳା ଜମି ସରକାରଙ୍କ ଅଧୀନରେ ରହିଥିବାବେଳେ ଏହାକୁ କେବଳ ନବୀକରଣ କରାଯାଉଛି। ଆସନ୍ତା ୨୦୨୧ ମସିହା ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।