ସିଟିଇଟି ପଞ୍ଜିକରଣ ତାରିଖ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ୍ (ସିଟିଇଟି) ପଞ୍ଜିକରଣ ତାରିଖ ଘୋଷଣା କରାଯାଇଛି। ସିବିଏସଇ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ପଞ୍ଜିକରଣ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ତେବେ ଚଳିତବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଲାଗି ଏହି ପ୍ରକ୍ରିୟା ହୋଇଛି। ତେବେ ପୂର୍ବରୁ ଏନେଇ ପଞ୍ଜକରଣର ଶେଷ ତାରିଖ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ପୁନର୍ବାର ଏହାକୁ ସେପ୍ଟେମ୍ବର ୨୫କୁ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ପୁଣି ଏହି ପଞ୍ଜିକରଣ ପ୍ରକ୍ରିୟାର ଶେଷ ତାରିଖକୁ ଚଳିତମାସ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ସେହିପରି ଆବେଦନକାରୀମାନେ ଫରୀକ୍ଷା ଫି’ ଅକ୍ଟୋବର ୩ତାରିଖ ଅପରାହ୍ନ ସାଢ଼େ ତିନିଟା ସୁଦ୍ଧା ପୈଠ କରିବାକୁ ନିର୍ଦ୍ଦେଶ ରହିଛି। ପରେ ସେପ୍ଟେମ୍ବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନକାରୀମାନଙ୍କ ଲାଗି ଫର୍ମ ସଂଶୋଧନ କରିବାକୁ ସୁଯୋଗ ଦିଆଯିବ। ଡିସେମ୍ବର ୮ତାରିଖରେ ଦେଶର ୧୧୦ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସିଟିଇଟି ପରୀକ୍ଷାରେ ସଫଳତା ହାସଲ କଲେ ଛାତ୍ରଛାତ୍ରୀମାନେ ସିବିଏସ୍ଇ ଦ୍ୱାରା ପରିଚାଳିତ ସ୍କୁଲଗୁଡିକରେ ନିଯୁ୍କ୍ତି ପାଇବାର ସୁଯୋଗ ପାଇଥାନ୍ତି।