ଓଡିଆ ପୁଅ ଅମୃତେନ୍ଦୁ ପାଇଲେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ୱର; ସୋସାଇଟି ଫର୍ ଆକ୍ନୋଲଜମେନ୍ଟ ଫର ୱାର୍କ ଏକ୍ସିଲେନ୍ସି ଦ୍ୱାରା ନିକଟରେ ଦୁବାଇରେ ଅନୁଷ୍ଠିତ ହୋଇଯାଇଥିବା ଏକ କାର୍ଯ୍ୟକ୍ରମରେ ଓଡିଶାର ଜଣେ ଯୁବ ଚଳଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନିତ କରାଯାଇଛି। ଅମୃତେନ୍ଦୁଙ୍କୁ “ଫିଲ୍ମ ମେକିଙ୍ଗ୍ ଅଫ୍ ଦ ଇୟର”ଶ୍ରେଣୀରେ ଚୟନ କରାଯାଇଥିଲା, ଯେଉଁଥିରେ ସେ ତାଙ୍କର ଡକୁମେଣ୍ଟ୍ରି ଚଳଚିତ୍ର “ମିଶନ୍ ଗଙ୍ଗେ” ପାଇଁ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ଏକ୍ସିଲେନ୍ସି ଆୱାର୍ଡରେ ସମ୍ମାନିତ ହୋଇଥିଲେ।

ମିଶନ୍ ଗଙ୍ଗେ ଟାଟା ଷ୍ଟିଲ୍ ଆଡଭେନଚର୍ ଫାଉଣ୍ଡେସନ୍ ର ପ୍ରଚେଷ୍ଠାରେ ନିର୍ମିତ ହୋଇଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମଧ୍ୟ ପ୍ରଶଂସା ସାଉଁଟିବା ସହିତ ଗଙ୍ଗା ନଦୀତଟରୁ ୫୦ ଟନ୍ ଆବର୍ଜନା ସଫା କରିବାରେ ମଧ୍ୟ ସଫଳ ହୋଇପାରିଛି। ବଲିଉଡ୍ ର ଅଭିନେତା ଅନିଲ୍ କପୁର ଏବଂ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାହେଦ୍ ସାହାନୱାଜ୍ ହୁସେନ୍ ଙ୍କ ଠାରୁ ଆୱାର୍ଡ ଗ୍ରହଣ କରିଥିଲେ ଅମୃତେନ୍ଦୁ। ପୂର୍ବରୂ ଅମୃତେନ୍ଦୁ ଓଡିଶା ସରକାଙ୍କ ଦ୍ୱାରା ପ୍ରେଯୋଜିତ ଡକୁମେଣ୍ଟ୍ରି ଚଳଚିତ “ବିଜୁ ପଟ୍ଟନାୟକ ହିମାଳୟାନ୍”ରେ ମଧ୍ୟ ନିଜର ପ୍ରତିଭା ଦେଖାଇ ସାରିଥିଲେ।

ମୋ କଠିନ ପରିଶ୍ରମକୁ ସିକୃତି ମିଳିଥିବାରୁ ମୁଁ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ଏକ୍ସିଲେନ୍ସି ଆୱାର୍ଡ ଏବଂ ଏସ୍ଏଡବ୍ଲୁଇକୁ ହୃଦୟର ସହିତ ଧନ୍ୟବାଦ ଦେଉଛି। ମୁଁ ମୋ ଓଡିଶାକୁ ଏକ ଆନ୍ତର୍ଜାତୀକ ସ୍ତରରେ ପ୍ରତିନିଧିତ୍ୱ କରିପାରିଛି ସେଥିପାଇଁ ଗର୍ବିତ ଏବଂ ଏହି ଯାତ୍ରାରେ ପଦ୍ମଭୂଷଣ ବୈଚେନ୍ଦ୍ରି ପାଲ୍ ମୋର ଉପଦେଷ୍ଟା

-ଅମୃତେନ୍ଦୁ ବରାଳ

ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ଏକ୍ସିଲେନ୍ସି ଆୱାର୍ଡ ହେଉଛି ଏସ୍ଏଡବ୍ଲୁଇର ଏକ ଅଭିନବ ପ୍ରୟାସ ଯାହା ଦ୍ୱାରା ପ୍ରତିଭାଶାଳୀ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ଅସାଧାରଣ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଥାଏ। ଆଇଆଇଇଏର ଦୁବାଇ ସଂସ୍କରଣଟି ଭାରତରତ୍ନ ପ୍ରାପ୍ତ ପ୍ରଣବ୍ ମୁଖାର୍ଜୀଙ୍କ ଦ୍ୱାରା ଦିଲ୍ଲୀ ସ୍ଥିତ ସାମ୍ବିଧାନିକ ସଭାଠାରେ ଶୁଭାରମ୍ଭ କରାଯାଇଥିଲା।