ଆଇଇଏସ୍ ପରୀକ୍ଷାରେ ଟପ୍ପର ହେଲେ ଅଂଶୁମାନ କାମିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଡିଆନ ଇକୋନୋମିକ୍ସ ସର୍ଭିସ (ଆଇଇଏସ୍)ରେ ଓଡ଼ିଆ ପୁଅ ଅଂଶୁମାନ କାମିଲା ୩୨ଜଣଙ୍କମଧ୍ୟରେ ଟପ୍ପର ହୋଇଛନ୍ତି। ଶନିବାର ଆଇଇଏସର ରେଜଲ୍ଟ ବାହାରିବା ପରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ଅଂଶୁମାନ ଟପ୍ପର ହୋଇଥିବା ଜଣାପଡିଛି। ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନାରା ଏବଂ ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲାଙ୍କ ପୁଅ। ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତାମାତାଙ୍କୁ ଦେଇଛନ୍ତି।