ଚଳିତ ସପ୍ତାହରେ ବାହାରିବ ଓସିଏସ୍ ଲିଖିତ ପରୀକ୍ଷାଫଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ସପ୍ତାହ ଶେଷ ସୁଦ୍ଧା ଓଡିଶା ସିଭିଲ ସର୍ଭିସ-୨୦୨୦ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇବ । ଏହାସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ସାକ୍ଷାତକାର ପରୀକ୍ଷା ଆରମ୍ଭ ହେବ । ଏନେଇ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।