ପୁଣି ମାସେ ବଢ଼ିଲା ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ପୁଣି ମାସେ ବଢ଼ିଲା । ନମ୍ବରପ୍ଲେଟ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ସେଥିପାଇଁ ରାଜ୍ୟ ସରକାର ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ୧,୨,୩ ଓ ୪ ପାଇଁ ସମୟସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଉଲ୍ଲେଖ କରାଯାଇଛି । ସରକାରଙ୍କ ସତ୍ୟପାଠ ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି ।