ଡିସେମ୍ବର ୯ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ପରୀକ୍ଷା ଖାତାଦେଖା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାଟ୍ରିକ ସମେଟିଭ-୧ ପରୀକ୍ଷା ଆଜି ଶେଷ ହୋଇଛି । ଆଉ ଡିସେମ୍ବର ୯ରୁ ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ୧୨ହଜାର ୪୫୦ ଶିକ୍ଷକ ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତାଦେଖା ହେବ। ଏଥିସହିତ ୧୦ଦିନ ମଧ୍ୟରେ ଖାତାଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି ।