Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏନଟିଏସଇରେ ଓଡ଼ିଶାର ସରକାରୀ ସ୍କୁଲର ନୈରାଷ୍ୟଜନକ ପ୍ରଦର୍ଶନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏନଟିଏସଇରେ ଓଡ଼ିଶାର ସରକାରୀ ସ୍କୁଲର ନୈରାଷ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନ୍ୟାସନାଲ ଟ୍ୟାଲେଣ୍ଟ ସର୍ଚ୍ଚ ଏକଜାମିନେସନ(ଏନଟିଏସଇ) ପରୀକ୍ଷାରେ ରାଜ୍ୟରେ ସରକାରୀ ସ୍କୁଲର ନୈରାଷ୍ୟଜନକ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଛି। ୨୦୧୮-୧୯ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଓଡ଼ିଶାର ସରକାରୀ ସ୍କୁଲର ମାତ୍ର ଜଣେ ପରୀକ୍ଷାର୍ଥୀ କ୍ୱାଲିଫାଏ କରିଛନ୍ତି।
ଏନଟିଏସଇ ଯୋଜନାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଲାଗି ମୋଟ ୨୫୯ଟି ସ୍କାଲରାସିପ ବ୍ୟବସ୍ଥା ରହିଥିଲା। ଏହି ପରୀକ୍ଷାରେ ୨ୟ ପର୍ଯ୍ୟାୟ ସ୍ତରକୁ ଏକ ତୃତୀୟାଂଶ ପରୀକ୍ଷାଥିୀ କ୍ୱାଲିଫାଏ କରିଥିଲେ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ସଫଳତା ହାସଲ କରିଥିଲେ ସଂମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ସଫଳତା ୨ୟ ପର୍ଯ୍ୟାୟରେ ଅତ୍ୟନ୍ତ ନୈରାଷ୍ୟଜନକ ରହିଛି। ଚଳିତବର୍ଷ ଉଭୟ ସରକାରୀ ଏବଂ ଘରୋଇ ସ୍କୁଲରୁ ୨୭୭ଜଣ ଛାତ୍ରଛାତ୍ରୀ ଏନଟିଏସଇ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଇଥିଲେ। ଏଥିରୁ ମାତ୍ର ୮୯ଜଣ ଛାତ୍ରଛାତ୍ରୀ ୨ୟ ପର୍ଯ୍ୟାୟ ପରୀକ୍ଷା ଦେବା ଲାଗି ମନୋନୀତ ହୋଇଛନ୍ତି। ତେବେ ଏଥିରୁ ମାତ୍ର ଜଣେ ଛାତ୍ର ସରକାରୀ ସ୍କୁଲର ଥିବା ଜଣାପଡ଼ିଛି। ଅବଶିଷ୍ଟ ୮୮ଜଣ ପରୀକ୍ଷାର୍ଥୀ ଘରୋଇ ସ୍କୁଲର ରହିଛନ୍ତି।
ସେହିପରି ୨୦୧୭-୧୮ରେ ଏନଟିଏସଇ ପରୀକ୍ଷାରେ ରାଜ୍ୟର କୌଣସି ଗୋଟିଏ ସରକାରୀ ସ୍କୁଲର ପରୀକ୍ଷାର୍ଥୀ ନଥିଲେ। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷାର ମାନବୃଦ୍ଧି ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାର ବହୁ ଯୋଜନା କରୁଛନ୍ତି।